ଲକ୍ ଡାଉନ୍ କ'ଣ ଶିଖାଇଲା
ଲକ୍ ଡାଉନ୍ କଣ ଶିଖାଇଲା ମାର୍ଚ୍ଚ ମାସ ୨୨ ତାରିଖର ଜନତା କର୍ଫୁ ପୁର୍ବରୁ ହିଁ *ଶ୍ରୀ ରଣବୀର ପରିସରର* ଛାତ୍ରମାନଙ୍କ ନିମନ୍ତେ ଲକ୍ ଡାଉନ୍ ଆରମ୍ଭ ହୋଇଯାଇଥିଲା । Class ପରୀକ୍ଷା କରିବା , ଭୋଜନ ଶୁକ୍ଳ ଛାତ୍ରମାନେ ଦେଇନାହାନ୍ତି , ଏଣୁ ବିଦ୍ୟାର୍ଥୀ ମାନଙ୍କୁ ଛୁଟି ଦେବା ଉଚିତ ମନେ କରିନଥିଲା ପରିସର ପ୍ରଶାସନ । ଯଦ୍ୟପି ଜମ୍ମୁ ପ୍ରଶାସନ ଛାତ୍ରାବାସ ଖାଲି କରିବା ପାଇଁ ପୁର୍ବରୁ ଆଦେଶ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖରେ ପ୍ରଶାସନ ପିଲାଙ୍କୁ ଘରକୁ ପଠାଇବାକୁ ଚିନ୍ତା କରିଥିଲା କିନ୍ତୁ ରେଳସେବା ବନ୍ଦ ହେବାରୁ ଏହା ବିଫଳ ହୋଇଥିଲା । ନିରୁପାୟ ହୋଇ ଛାତ୍ରମାନେ ଘରକୁ ଯିବାପାଇଁ Twitter କରିବା ସହ ସାମ୍ବାଦିକଙ୍କ ନିକଟରେ ନିଜ ଦୁଃଖକୁ ବଖାଣି ଥିଲେ । ଜମ୍ମୁ ପ୍ରଶାସନ ଛାତ୍ରାବାସକୁ ଆସିବା ପୁର୍ବରୁ ହିଁ ପରିସରର ସମ୍ମାନ ରକ୍ଷା ନିମନ୍ତେ ବିଦ୍ୟାର୍ଥୀଙ୍କ ଅସୁବିଧାକୁ ମିଥ୍ୟା ବୋଲି ଘୋଷଣା କରିବା ସହ ସଭିଙ୍କୁ କଡ଼ା ଶବ୍ଦରେ ଅପମାନିତ କରାଗଲା । ଏଥିରେ କ୍ଷୀର୍ଣ୍ଣ ହୋଇ ସମସ୍ତେ ଘରକୁ ଯିବା ଆଶା ଛାଡିଦେଲେ ଏବଂ ନିମ୍ନମାନର ଖାଦ୍ୟ ଖାଇ ଜୀବନ ବିତାଉଥିଲେ । କିନ୍ତୁ କିଛି ଛାତ୍ରଙ୍କ କୁଟନୀତି ଯୋଗୁଁ ପୁନର୍ବାର ଜମ୍ମୁ ପ୍ରଶାସନ ପରିସରକୁ ଆସିବା ସହ ପିଲାଙ୍କୁ ଭୋଜନ ସାମଗ୍ରୀ ଅପ୍ରେଲ ୦୧ ତାରିଖ ପହଞ୍ଚାଇଥିଲା । ସରଳ ହୃଦୟବାନ ବ୍ୟକ୍ତି (S.D.M ଜମ୍ମୁ) ଖାଦ୍ୟ ସାମଗ୍ରୀ ସହ ପିଲାଙ୍କ ନିମନ୍ତେ ପନ...