ଲକ୍ ଡାଉନ୍ କ'ଣ ଶିଖାଇଲା

ଲକ୍ ଡାଉନ୍ କଣ ଶିଖାଇଲା

ମାର୍ଚ୍ଚ ମାସ ୨୨ ତାରିଖର ଜନତା କର୍ଫୁ ପୁର୍ବରୁ ହିଁ *ଶ୍ରୀ ରଣବୀର ପରିସରର* ଛାତ୍ରମାନଙ୍କ ନିମନ୍ତେ ଲକ୍ ଡାଉନ୍ ଆରମ୍ଭ ହୋଇଯାଇଥିଲା । Class ପରୀକ୍ଷା କରିବା , ଭୋଜନ ଶୁକ୍ଳ ଛାତ୍ରମାନେ ଦେଇନାହାନ୍ତି , ଏଣୁ ବିଦ୍ୟାର୍ଥୀ ମାନଙ୍କୁ ଛୁଟି ଦେବା ଉଚିତ ମନେ କରିନଥିଲା ପରିସର ପ୍ରଶାସନ । ଯଦ୍ୟପି ଜମ୍ମୁ ପ୍ରଶାସନ ଛାତ୍ରାବାସ ଖାଲି କରିବା ପାଇଁ ପୁର୍ବରୁ ଆଦେଶ ଜାରି କରିଥିଲା । ମାର୍ଚ୍ଚ ୨୦ ତାରିଖରେ ପ୍ରଶାସନ ପିଲାଙ୍କୁ ଘରକୁ ପଠାଇବାକୁ ଚିନ୍ତା କରିଥିଲା କିନ୍ତୁ ରେଳସେବା ବନ୍ଦ ହେବାରୁ ଏହା ବିଫଳ ହୋଇଥିଲା । ନିରୁପାୟ ହୋଇ ଛାତ୍ରମାନେ ଘରକୁ ଯିବାପାଇଁ Twitter କରିବା ସହ ସାମ୍ବାଦିକଙ୍କ ନିକଟରେ ନିଜ ଦୁଃଖକୁ ବଖାଣି ଥିଲେ । ଜମ୍ମୁ ପ୍ରଶାସନ ଛାତ୍ରାବାସକୁ ଆସିବା ପୁର୍ବରୁ ହିଁ ପରିସରର ସମ୍ମାନ ରକ୍ଷା ନିମନ୍ତେ ବିଦ୍ୟାର୍ଥୀଙ୍କ ଅସୁବିଧାକୁ ମିଥ୍ୟା ବୋଲି ଘୋଷଣା କରିବା ସହ ସଭିଙ୍କୁ କଡ଼ା ଶବ୍ଦରେ ଅପମାନିତ କରାଗଲା ।  ଏଥିରେ କ୍ଷୀର୍ଣ୍ଣ ହୋଇ ସମସ୍ତେ ଘରକୁ ଯିବା ଆଶା ଛାଡିଦେଲେ ଏବଂ ନିମ୍ନମାନର ଖାଦ୍ୟ ଖାଇ ଜୀବନ ବିତାଉଥିଲେ । କିନ୍ତୁ କିଛି ଛାତ୍ରଙ୍କ କୁଟନୀତି ଯୋଗୁଁ  ପୁନର୍ବାର ଜମ୍ମୁ ପ୍ରଶାସନ ପରିସରକୁ ଆସିବା ସହ ପିଲାଙ୍କୁ ଭୋଜନ ସାମଗ୍ରୀ ଅପ୍ରେଲ ୦୧ ତାରିଖ ପହଞ୍ଚାଇଥିଲା । ସରଳ ହୃଦୟବାନ ବ୍ୟକ୍ତି (S.D.M ଜମ୍ମୁ) ଖାଦ୍ୟ ସାମଗ୍ରୀ ସହ ପିଲାଙ୍କ ନିମନ୍ତେ ପନି ପରିବା ଓ ପରବର୍ତ୍ତୀ ସମୟରେ ସ୍ଵଳ୍ପାହାରର ବ୍ୟବସ୍ଥା ମଧ୍ୟ କରିଥିଲେ । 
      ଜାଳେଣି ଅଭାବରୁ ପରିସରରେ ଗଚ୍ଛିତ ଥିବା କାଠକୁ ବ୍ୟବହାର କରିବାକୁ ଛାତ୍ରମାନେ ଚିନ୍ତା କରିଥିଲେ କିନ୍ତୁ ଏହା ସରକାରୀ ସମ୍ପତ୍ତି କାଠ ନଷ୍ଟ ହୋଇଯିବ କିନ୍ତୁ ଏହାକୁ ବ୍ୟବହାର କରିପାରିବ ନାହିଁ ବୋଲି ପରିସର ସିଧା ସିଧା ଜଣାଇଥିଲା । କିଛି B.J.P କର୍ମୀ ଅସୁବିଧା ସମୟରେ ୧୫ ଦିନ ନିମନ୍ତେ ଜାଳେଣି ଯୋଗାଇଥିଲେ ‌‌। 
    ଯେଉଁ କୋମଳମତି ବାଳିକାମାନେ ଜୀବନରେ କେବେ ମଧ୍ୟ ରୁଟି କରିନଥିଲେ ସେମାନେ ୧୪୪ ଜଣଙ୍କ ନିମନ୍ତେ ପ୍ରତିଦିନ ରୁଟି କରୁଥିଲେ ‌। ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ଯେଉଁମାନେ ଏଠି ଅଧ୍ୟୟନ କରୁଥିଲେ ସେମାନେ ଅସହ୍ୟ ଗରମରେ ରୋଷେଇ କରୁଥିଲେ । ଜୀବନରେ ଯେଉଁମାନେ କେବେ ମଧ୍ୟ ପରିବା କିଣି ନଥିଲେ ସେମାନେ ରାତ୍ରି ଅନିଦ୍ରା ରହି (ରାତ୍ର ୦୩.୦୦) ସମୟରେ ପରିବା ଆଣିବାକୁ ଯାଇ ପୁଣି ୦୭.୦୦ ସମୟରେ ଫେରି ରୋଷେଇ କାର୍ଯ୍ୟରେ ସହାୟତା କରୁଥିଲେ। ଏହି ଘଡ଼ି ସନ୍ଧି ମୁର୍ହୁତ୍ତରେ କେହି ମଧ୍ୟ ଶିକ୍ଷକ ପିଲାଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ । ଆସିବା ଦୁରର ବିଷୟ ଫୋନ୍ ଯୋଗେ ମଧ୍ୟ ପିଲାଙ୍କୁ ଆଶ୍ଵସନା ଦେବାପାଇଁ ସମୟ ନଥିଲା । କିନ୍ତୁ କୋୖଣସି ବିଦ୍ୟାର୍ଥୀ ଶିକ୍ଷକଙ୍କୁ ଅପମାନିତ କରିନଥିଲେ ବରଂ C.R.P.F ଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ସାମଗ୍ରୀ (ମାସ୍କ , ସାବୁନ୍ , ସାନିଟାଇଜର୍, ବନ୍ ଭିଟା) ଆବଶ୍ୟକତା  ଅନୁସାରେ ପରିସରୀୟ ପ୍ରଶାସନକୁ ପ୍ରଦାନ କରିଥିଲେ । 
                ଗରମର ପ୍ରଭାବ ବଢିବା ସହ ପ୍ରତ୍ୟେକ ଦିନ ଘରକୁ ଯିବା ଆଶା ମଧ୍ୟ ବଢ଼ି ବଢ଼ି ଯାଉଥିଲା । ଏହିପରି କୈାଣସି ସୁଯୋଗକୁ ଆମେ ହାତ ଛଡା କରି ନଥିଲୁ ଯାହା ଦ୍ଵାରା ଆମେ ଘରେ ପହଞ୍ଚି ପାରିବୁ । ଆୟୂ ସୂର୍ଯ୍ୟ ବଢିବା ଭଳି ଜମ୍ମୁ ପ୍ରଶାସନ ଆମ ଘରକୁ ଯିବା ଆଶାକୁ ବଢାଇଥିଲା ଏବଂ ୧୪.୦୫.୨୦୨୦ ବିଜ୍ଞପ୍ତି ପ୍ରକାଶ କରିଥିଲା । S.D.M PAWN KOTWAL ସମସ୍ତ ଛାତ୍ରଛାତ୍ରୀଙ୍କୁ ୧୭ ତାରିଖରେ  ଘରକୁ ଯିବାପାଇଁ ବ୍ୟବସ୍ଥା କରିଥିଲେ । (ଅବଶ୍ୟ ଏକ ସପ୍ତାହ ପୁର୍ବରୁ ୧୩୦୦ ଟଙ୍କାରେ ଓଡ଼ିଶା ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ କିନ୍ତୁ ଏହାକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି) 

        ନିଜର ବାହାଦୁରୀ ପଣିଆ ଦେଖାଇବା ପାଇଁ କିଛି ଶିକ୍ଷକ ଓ ପ୍ରଶାସନ ଏହି ସମୟରେ ଆସି ଆମ ନିକଟରେ ପହଞ୍ଚିଲେ କିନ୍ତୁ ସହାୟତା କିଛି ନୁହେଁ ବରଂ ନିଜ ପଦବୀର ମହତ୍ତ୍ୱକୁ ଆମକୁ ଜଣାଇଲେ । ଘରକୁ ଫେରିବା ନିମନ୍ତେ ସମସ୍ତ ବ୍ୟବସ୍ଥା ସମାପ୍ତ ହୋଇଯାଇଥିଲା , ବୋଧେ ପିଲାଙ୍କ ବ୍ୟବସ୍ଥା ଉପରେ ଭରସା ପାଇଲା ନାହିଁ ପରିସରୀୟ ପ୍ରଶାସନର ଏଣୁ ଅନ୍ତିମ ସମୟରେ ଏକ ଅଧ୍ୟାପକଙ୍କୁ ଆମ ସହ ଅଧିକାରୀ ରୁପରେ ପଠାଇଥିଲା । 

  ଅବଶ୍ୟ ଲକ୍ ଡାଉନ୍ ସମସ୍ତଙ୍କ ନିମନ୍ତେ କଷ୍ଟକର ଥିଲା କିନ୍ତୁ ମୋ ଚିନ୍ତନାନୁସାରେ ପିଲାଙ୍କୁ ନିଜ ମନମୁତାବକ ଭୋଜନ ଦେଲା । କିଛି ପିଲାଙ୍କୁ କିଛି ନୁଆ କ୍ରୀଡା ଶିଖାଇଲା । ଏକ ସଠିକ୍ manegement ଶିଖାଇଲା । କିଛି ରୋଷେଇରେ ପାରଙ୍ଗମ ହୋଇଗଲେ । ଅଧ୍ୟାପକ ଓ ପରିସରର ପ୍ରଶାସନକୁ ଜାଣିବାର ଏକ ସଠିକ୍ ସୁଯୋଗ ଦେଲା । ସ୍ଵେଚ୍ଛାର ସହ ପ୍ରତ୍ୟେକ ମୁହୁର୍ତ୍ତରେ ଆମ ସହ  ଦିବାକର , ସୂର୍ୟ୍ୟମଣି , ଉମାକାନ୍ତ, ସ୍ଵାଗତ, ପ୍ରତ୍ୟୁଷ , ପିତାମ୍ବର ଓ ମହିଳା ଛାତ୍ରବାସର କିଛି ଛାତ୍ରୀ ଏହି ମାନେ ଉପସ୍ଥିତ ଥିଲେ । ଏମାନଙ୍କ କଷ୍ଟ ହୃଦୟ ବିଦାରକ ଥିଲା ।
      ଆମକୁ ପ୍ରତ୍ୟେକ ମୁହୁର୍ତ୍ତ ରେ ଅଭିପ୍ରେରିତ କରୁଥିବା ଶିକ୍ଷକ ଡା.ମଦନ କୁମାର ଝା , S.D.M JAMMU , TAHASILDAR JAMMU , ରାସ୍ତାରେ ଭୋଜନ ବ୍ୟବସ୍ଥା କରିଥିବା ସମାଜସେବୀଙ୍କୁ ଧନ୍ୟବାଦ ଦେବା ଉଚିତ ।

Sunil Kumar panigrahi
9682128969